logo
add image
ବିଷମ କଟକ ପୋଲିସ୍ ତରଫରୁ ରକ୍ତଦାନ ଶିବିର-୩୦ୟୁନିଟ୍ ରକ୍ତସଂଗ୍ରହ

ବିଷମ କଟକ ପୋଲିସ୍ ତରଫରୁ ରକ୍ତଦାନ ଶିବିର-୩୦ୟୁନିଟ୍ ରକ୍ତସଂଗ୍ରହ

ବିଷମ କଟକ/ରାୟଗଡା/୨୭/୫/୨୨/ (ଆଧାର ଓଡିଶା) ରାୟଗଡା ଜିଳ୍ଲା ବିଷମ କଟକ ପୋଲିସ୍ ତରଫରୁ ଥାନା ପରିଷରରେ ପରିଷରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଗ୍ରୀଷ୍ମ ରୁତୁରେ ରକ୍ତ ଭଣ୍ଡର ମାନଙ୍କରେ ରକ୍ତର ଅଭାବ ଦେଖାଦେଉଥିବାରୁ ନିୟମିତ ଭାବେ ରୋଗି ମାନଙ୍କ ରକ୍ତ ନିକଟରେ ରକ୍ତର ଅଭାବ ଦେଖାଦେଉଛି । ଏହି ରକ୍ତର ଅଭାବ ସମୟରେ ବିଷମ କଟକ ଏସ୍‌ଡିପିଓଙ୍କ ନେତୃତ୍ୱରେ ତାଙ୍କ ଅଧିନରେ ରହିଥିବା ଥାନା ମାନଙ୍କରେ ରକ୍ତଦାନ ଶିବିର ଅନୁଷ୍ଠିତ କରି ରକ୍ତଭଣ୍ଡାରର ଅଭାବକୁ ଦୂର କରିବା ନିମନ୍ତେ ଏକ ପ୍ରାସର ଆରମ୍ଭ କରିଛନ୍ତି । ଏହି ମର୍ମରେ ଆଜି ବିଷମ କଟକ ଥାନା ପରିଷରରେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଛି । ବିଷମ କଟକ ସରପଂଚ ନମିତା କୁଲସିକା,ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଶିବରରର ଉଦ୍‌ଘାଟନ କରିଥିଲେ । ଏ ଅବସରରେ ବିଷମ କଟକ ଏସ୍‌ଡିପିଓ ଆକାଶ ସାହୁ,ସିଆର୍‌ପିଏଫ ଡେପୁଟି କମାଣ୍ଡଂଟେ ଗୁରୁଚରଣ ସ୍ୱାଇଁ,ଥାନା ଅଧିକାରୀ ସୁବାସ ଚନ୍ଦ୍ର କରକରା ଏବଂ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ଶିବିରରେ ସ୍ୱେଚ୍ଛାକୃତ ଭାବେ ବ୍ଳକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ,ବିଷମ କଟକ ଆଇ .ଆଇ.ସି. ସୁବାଶ ଚନ୍ଦ୍ର କରକରା,ଇନିସପ୍ସ୍‌ଟ୍‌ର ପ୍ରଶନ୍ନ କୁମାର ନାୟ.ସିଆରଫିଏଫ ଜବାନ୍‌,ଥାନା କର୍ମଚାରୀ, ସାମ୍ବାଦିକ,ବେସରକାରୀ ସଂସ୍ଥା ହର୍ଷଟ୍ରଷ୍ଟ ଏବଂ ଓପିଲିପି କାର୍ଯ୍ୟାଳୟର କର୍ମଚାରୀ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିବା ସହ ରକ୍ତଦାତା ମାନଙ୍କୁ ଉଚ୍ଛାହିତ କରିଥିଲେ । ଶିବିରରେ ସର୍ବମୋଟ ୩୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ରାୟଗଡା ରକ୍ତ ଭଣ୍ଡାର ଡାକ୍ତର ଏମ୍‌.ଏ.ମଜିଦ୍‌, ଲ୍ୟାବ୍ ଟେକ୍ନିସିଆନ୍ ଉମାକାନ୍ତ ମିଶ.ଶରୋଜ କାନ୍ତ ଆଚାର୍ଯ୍ୟ, ଶଙ୍କର ତାଡିଙ୍ଗି ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିବା ବେଳେ ତ୍ରିପତି ନାୟକ,ସରୋଜ କୁମାର ଦଳେଇ,ଲାଲୁ ମିଶ୍ର,କୁକାନ୍ତି କନ୍ଦପାଣି,ଜ୍ୟୋତି ବାଉରି,ମନୋଜ ସାହୁ, ସଂଜିତ ପ୍ରଧାନୀ,କିଶୋର କୁମାର ପତି,ବିଶ୍ୱନାଥ ଗୌଡ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିବାସହ ରକ୍ତ ଦାତାଙ୍କୁ ଉଚ୍ଛାହିତ କରିଥିଲେ ।                                                            ରିପୋର୍ଟ-କାଶୀନାଥ ପାଳ  

Recent Comments

Leave Comments

Top