logo
add image
 ଡାଃ ସୁନୀଲ କୁମାର କୋଟାଙ୍କ ଜିଲ୍ଲା ମୁଖ୍ୟାଳୟରେ ସୁସ୍ଥ ସ୍ୱାସ୍ଥ୍ୟପାଇଁ ଦେଲେ ବହୁମୂଲ୍ୟ ପରାମର୍ଶ-,

 ଡାଃ ସୁନୀଲ କୁମାର କୋଟାଙ୍କ ଜିଲ୍ଲା ମୁଖ୍ୟାଳୟରେ ସୁସ୍ଥ ସ୍ୱାସ୍ଥ୍ୟପାଇଁ ଦେଲେ ବହୁମୂଲ୍ୟ ପରାମର୍ଶ-,


ସୁବର୍ଣ୍ଣପୁର/୨୪/0୫/୨୨/ (ଆଧାର ଓଡିଶା) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଆଜି ଓଡିଶାର ପ୍ରଖ୍ୟାତ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ  ଡଃ ସୁନୀଲ କୁମାର କୋଟାଙ୍କୁ ନେଇ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟରେ ଏବଂ ଜିଲ୍ଲା ଗ୍ରନ୍ଥାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜୀବନ ଚର୍ୟI ଉପରେ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନୀଲ ନରୱଣେ ସଭାପତିତ୍ୱ କରି ସମସ୍ତଙ୍କୁ ଉପଯୁକ୍ତ ସନ୍ତୁଳିତ ଆହାର ନେବାସହିତ ପ୍ରତିଦିନ ବ୍ୟାୟାମ, ଯୋଗ,ପ୍ରାଣାୟାମ କରିବା ପାଇଁ  ଉପଦେଶ ଦେଇଥିଲେ l ଡଃ କୋଟା ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଲାଇଫ ଷ୍ଟାଇଲ ଡିଜିଜ ଯଥା -ବ୍ଲଡ୍ ପ୍ରେସର, ମଧୁମେହ ଏବଂ ଥ୍ୟାରୋଏଡ଼ ଇତ୍ୟାଦି  ରୋଗରୁ କିଭଳି ରକ୍ଷା ପାଇହେବ ତା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ I ଡାକ୍ତରଙ୍କ ସହ ଆସିଥିବା ସହକର୍ମୀ ମାନେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବ୍ଲଡ୍ ପ୍ରେସର୍, ସୁଗାର ଓ ଥ୍ୟାରୋଏଡ଼ ଟେଷ୍ଟ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ ,ପିଡି ଡିଆରଡିଏ ଡ଼ୋଲାମଣୀ ପଟେଲ୍, ସମସ୍ତ  ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ I 
ସେହିପରି ଜିଲ୍ଲା ଗ୍ରନ୍ଥାଳୟରେ ପାଠକ ପାଠିକା ମାନଙ୍କୁ ନେଇ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା l ଯୁବବର୍ଗ କିଭଳି ଭାବେ ଉଭୟ ଶାରୀରିକ ଓ ମାନସିକ ଚାପକୁ ପରାହତ କରି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହୋଇ ପାରିବେ ସେ ବିଷୟରେ ଡଃ କୋଟା ପ୍ରାଞ୍ଜଳ ଭାବେ ବୁଝାଇଥିଲେ I ଏହା ସହିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ l ଡେପୁଟି କଲେକ୍ଟର ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅସ୍ୟୁନି କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ  ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଗ୍ରନ୍ଥାଳୟର ଲାଇବ୍ରେରୀଆନ ବିଦ୍ୟାପତି ପଣ୍ଡା ,କର୍ମଚାରୀ ବିନୋଦ କିଶୋର ଦାନୀ, ସୁଦେ ସୁନା ପ୍ରମୁଖ ସହଯୋଗ କରିଥିଲେ l ଯୁବ ପାଠକ ମାନଙ୍କ ପାଇଁ ଏହି ପରାମର୍ଶ ବୈଠକ ବହୁତ ଉପଯୋଗୀ ହୋଇଥିଲା l                                       (ରିପୋର୍ଟ-ଯୁଧିଷ୍ଠିର ସାହୁ)  

Recent Comments

Leave Comments

Top