logo
add image
ଆଦୁମାଝୀ ଜୀବନମରଣ ସହ ଲଢେ଼ଇ କରୁଛନ୍ତି , ।

ଆଦୁମାଝୀ ଜୀବନମରଣ ସହ ଲଢେ଼ଇ କରୁଛନ୍ତି , ।

ଆଦୁମାଝୀ ଜୀବନମରଣ ସହ ଲଢେ଼ଇ କରୁଛନ୍ତି , ।
କାଶୀପୁର/ରାୟଗଡା-୨୧/୦୫/୨୨ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ତଳପାଡିଖାଲ ଗ୍ରାମର ଆଦୁମାଝୀ ପିତା ଡମେନ ,ସେ ଆଜିକୁ ପ୍ରାୟ ପାଞ୍ଚ ମାସ ବିତିଗଲାଣି ଗୃହ ବନ୍ଦୀ ଭାବେ ଖଟିଆ ରେ ପଡିରହୁଛନ୍ତି।କାରଣ ହେଲା , ପ୍ରାୟ ପାଞ୍ଚମାସ ପୂର୍ବେ ତାଙ୍କ ବାମଗୋଡ଼ର  ଆଙ୍ଗୁଠିରେ ଏକ ବଥ ସ୍ୱଭାର ଛୋଟିଆ ଆକାରରେ କିଛି ବାହାରି ଥିଲା ,ଏହା କ୍ରମଶଃ ବଡ ହୋଇ ପରବର୍ତୀ ସମୟରେ ସମଗ୍ର ପାଦରେ ବ୍ୟାପି ଯାଇଥିଲା ଏବଂ ପରିବାର ଲୋକେ ହସ୍ପିଟାଲ ନେଇଥିଲେ.କିନ୍ତୁ ସେତେବେଳକୁ ପାଦର ସମସ୍ତ ଆଙ୍ଗୁଳି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି । ମୁଖ ବିଷୟ ହେଲା ! ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାରରେ କାଶୀପୁରରୁ ମୈଦାନରେ ବଡବାବୁ ମାନେ ପ୍ରଚାରରେ ଜୋରଜାର ଲାଗି ପଡ଼ିଥିଲେ । ଆଦୁ ଙ୍କ ପିତାଙ୍କ କହିବାନୁଯାୟୀ ଜଣେ କାଶୀପୁରର ବଡ ବାବୁ ନିର୍ବାଚନ ପ୍ରଚାରରେ ତାଙ୍କ ଗ୍ରାମକୁ ଯାଇଥିଲେ । ଆଦୁଙ୍କ ଅସହ୍ୟ ପରିସ୍ଥିତି ବିଷୟରେ ପଚାରି ବୁଝିବା ପରେ, ସେ ଉପଯୁକ୍ତ ଚିକିତ୍ସା ପାଇଁ ଏକ ଗାଡି ପଠାଇବେ ଏବଂ କୌଣସି ଏକ ଚିକିତ୍ସା କେନ୍ଦ୍ରକୁ  ଚିକିତ୍ସାପାଇଁ ସମସ୍ତ ଅର୍ଥ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନିର୍ବାଚନ ପ୍ରଚାରର ମାସ ମାସ ବିତିଗଲା, କିହି ଦୁଃଖ ବିଝିଲେ ନାହିଁ, ବଡବାବୁ ମଧ୍ୟ ଦିନେହେଲେ ଦେଖା କଲେନାହିଁ । ଇତି ମଧ୍ୟରେ ବଡବାବୁଙ୍କ ଅପେକ୍ଷାରେ ପରିବାର ଲୋକେ, ବେଳ କାଳ ବିଳମ୍ବ ଯୋଗୁଁ  ଆଦୁଙ୍କ ଜୀବନ ମରଣ ସହ ଲଢେ଼ଇ କରୁଛି । ଚିକିତ୍ସା ଅଭାବ ଯୋଗୁଁ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଠ ହୋଇଗଲାଣି  ।  ଆଦୁ ଚାହାନ୍ତି ବଞ୍ଚିବାକୁ, ଆବଶ୍ୟକ ହେଲେ ଗୋଡଟିକୁ ସମ୍ପୂର୍ଣ୍ଣ କାଟିଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।ତାଙ୍କ ପିତା ଡମେନ ମାଝୀ ବୟସ୍କ ବ୍ୟକ୍ତି. ସେ ଏକା ପରିବାର ପ୍ରତିପୋଷଣ କରନ୍ତି,ତାହା ମଧ୍ୟ ଚାଷବାସ । ଆଦୁଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅପରେସନର ଆବଶ୍ୟକ ହେତୁ ଡାକ୍ତର କୋରାପୁଟ ସ୍ଥାନାନ୍ତର କରିଛନ୍ତି । ଶେଷରେ ଆଦୁଙ୍କ ପିତା ନିଜପୁଅ ର ଜୀବନ ବଞ୍ଚାଇବା ପାଇଁ ରାୟଗଡା ଜିଲ୍ଲାପାଳ ମହୋଦୟଙ୍କୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ହାତ ଯୋଡି ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟର ଭିକ୍ଷା କରିଛନ୍ତି ।  ( ରିପୋର୍ଟ-ସହଦେଵ ସାହୁ )

Recent Comments

Leave Comments

Top