logo
add image
 ମୁନିଗୁଡା ଅଞ୍ଚଳ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ହରିଲୁଟ ।

 ମୁନିଗୁଡା ଅଞ୍ଚଳ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ହରିଲୁଟ ।

ମୁନିଗୁଡା/ରାୟଗଡା/୧୮/୦୫/୨୨/ସରକାର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ବ୍ଲକ ର ପ୍ରାୟ 23 ଟି ଗାଁ ଗୁଡିକରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲିଛନ୍ତି କିନ୍ତୁ ସ୍ୱାସ୍ଥ୍ୟ ସେବା ସୁନ ସାଙ୍ଗକୁ ହରିଲୁଟ ରେ ଵ୍ୟସ୍ତ କର୍ମଚାରୀ  ଆସନ୍ତୁ ଦେଖିବା ଏଇ ବିଶେଷ ରିପୋର୍ଟ ।ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁନିଗୁଡା ବ୍ଲକର ପ୍ରାୟ ୧୭  ଗୋଟି ପଂଚାୟତର ପ୍ରାୟ ୫୫ .୨୩୩  ଲୋକଙ୍କ ପାଇଁ ସୁବିଧାରେ ସ୍ୱାସ୍ଥ୍ୟ ସେବାପାଇବା ପାଇଁ ମୋଟ ୨୩  ଗୋଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି ।ଏବଂ ୧୫ଜଣଙ୍କୁ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ମାସିକ ୧୫୦୦୦ ଟଙ୍କା ଦରମା ସହ ଅତିରିକ୍ତ ଇନ୍ସଣ୍ଟିଭ ଦେୟ କରାଯାଉଛି. କିନ୍ତୁ ଦୀର୍ଘବର୍ଷ ହେବ ମୋଟ ୨୩ ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏ ଯାଏ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ , ଏ ଏନ ଏମ ସ୍ୱାସ୍ଥ୍ୟ ସେବକଙ୍କ ଦେଖିବାର ସୁଯୋଗ ପାଉନାହାନ୍ତି. ଏଥିରୁ ସ୍ପଷ୍ଟହେଉଛି କେମିତି ଚାଲୁଛି ସ୍ୱାସ୍ଥ୍ୟ ସେବା ।
ସ୍ୱାସ୍ଥ୍ୟ ସେବା ସଂପୂର୍ଣ ବିପର୍ଯ୍ୟସ୍ତ ହେଲେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡିକୁ ଆସୁଥିବା ମାସିକ ୧୫୦୦୦ ଟଙ୍କା ହିସାବ କଲେ ବାର୍ଷିକ ୧ ,୮୦  ,୦୦୦  ଓ ୨୩  ଟି କେନ୍ଦ୍ରକୁ ମୋଟ ଆସୁଥିବା ୪୧ , ୪୦ ,୦୦୦ ର ଟଙ୍କା ମିଳିମିଶି ଚଳୁକରି ସ୍ୱାସ୍ଥ୍ୟ ସେବାରେ ଥିବା କର୍ମଚାରୀ ବେଶ ମାଲାମାଲ ଥିବା ଜଣାପଡିଛି ।
କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ସାଧାରଣ ଲୋକଙ୍କ ସେବା ଓ ବିଭିନ୍ନ ଲୋକାର୍ପିତ କାର୍ଯ୍ୟକ୍ରମ ତଥା ଫେମିଲିପ୍ଲାନିଂ,ଜରୁରୀକାଳୀନ ସେବା ,ଦୁର୍ଘଟଣା ଜନିତ ସେବା , ମେଲେରିଆ ,ଡାଇରିଆ ,ଡେଙ୍ଗୁ ,ରକ୍ତଚାପ ,ମଧୁମେହ ,ପ୍ରସବ ଆଦି ସେବାପାଇଁ ଆସୁଥିବା ଲକ୍ଷାଧିକ ଟଙ୍କା ମାସକୁ ମାସ ହରଣ ଚାଳ କରି ଲୋକଙ୍କୁ ହରଡ଼ଘଣାରେ ପକାଇ ବେଧଡକ ଲୁଟ କରିଚାଲିଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ 
ସରକାର କା ମାଲ ଦରୀୟା ମେ ଡାଲ ଭଳି ସ୍ୱାସ୍ଥ୍ୟ ବିଭାଗ ର ଏଭଳି କାର୍ଯ୍ୟ କୁ ତୀବ୍ର ନିନ୍ଦା କରାଯାଉଥିବା ବେଳେ ସରକାର ନିରୀହ ଲୋକଙ୍କୁ ତତ୍ପର କରି ଅଧିକ ଜାଣିବା ପାଇଁ ବିଭିନ୍ନ ଦିବସ ତଥା ସ୍ତନ ପାନ ଦିବସ ,କର୍କଟ ଦିବସ ,ଯକ୍ଷ୍ମା ଦିବସ ,ମାତୃତ୍ୱ ଭଳି ୮୧ଟି ଦିବସ ପାଇଁ ୨୩ ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ ବାର୍ଷିକ ଗୋଟିଏ କେନ୍ଦ୍ରକୁ ମୋଟ ୬୪୮୦୦ ଟଙ୍କା ଦେୟ କରୁଥିବାବେଳେ ସିଧା ସଳଖ ଭାବେ ବାର୍ଷିକ ୧୪ , ୯୦ ,୪୦୦  ଟଙ୍କାର ଲୁଟ କରିଚାଲିଛି ବିଭାଗ ।ତେବେ ସାଧାରଣ ଲୋକେ ଏହାର ଟେର ପାଉନଥିବା ବେଳେ ଆଖିବୁଜା ବାଟମାରଣାରେ ବେଶ ମସଗୁଲ ସ୍ୱାସ୍ଥ୍ୟ ବିଭାଗ ।
ଅନ୍ୟ ପଟେ ଦେଖିବାକୁ ଗଲେ ବିଭାଗୀୟ ଆଧିକାରୀ ଓ ଡାକ୍ତର ମାନେ ମନଇଚ୍ଛା ନିଜ ନିଜ କାର୍ଯ୍ୟ ତୁଲାଇ ମାସିକ ବେତନ ହଡପ ମଧ୍ୟ କରାଯାଉଛି । ଛୁଟିରେ ଥାଇ ମଧ୍ୟ ପଞ୍ଜିକାରେ ଉପସ୍ଥିତ ଦେଖାଇ ରେଜିଷ୍ଟ୍ରର ପୁରଣ କରିଚାଲୁଛନ୍ତି । ୟାଠୁ ବି ଅଧିକ ନିର୍ଲଜ କାମରେ ରୋଗୀ ନଦେଖି ମଧ୍ୟ ସୁସ୍ଥ ଲୋକଙ୍କୁ ରୋଗୀ ତାଲିକାରେ ଯୋଗଦେଇ କାର୍ଯ୍ୟ ତୁଲାଇ ଚାଲିଛନ୍ତି କୁମୁଡ଼ାବାଲି ଆୟୁଷ ଡାକ୍ତର ରୀନା ପରିଡା ଏହା ଆମ କ୍ୟାମେରାରେ କଏଦ ହୋଇ ରହିଛି । ଗତ ପାଞ୍ଚବର୍ଷର ଆକଳକକୁ ନେଲେ କେତେ ଯେ ଅର୍ଥ ପାଣିରେ ଯାଇଛି ତାହା 
ର ଆକଳନ ନାଇଁ । 
ସ୍ୱାସ୍ଥ୍ୟ ବିଭାଗ ପାଇଁ ଆସୁଥିବା ଅର୍ଥ ହଡପ ରାୟଗଡା ଜ଼ୀଲାର ମୁନିଗୁଡା ବ୍ଲକର ନିରୀହ ଆଦିବାସୀ ଅଧିକାଂଶରେ ଜାଣି ପାରୁନଥିବା ବେଳେ ଏଇ ବ୍ଲକରେ ବାସ କରୁଥିବା ୧୦ ଭାଗ ବିତଶାଳୀ ଲୋକେ କେବେବି ସ୍ୱାସ୍ଥ୍ୟ ସେବାପାଇଁ ଯାଆନ୍ତି ନାହିଁ ।ତେଣୁ ହରିଲୁଟରେ ବୋଧେ ମୁନିଗୁଡା ବେଶ ଆଗୁରେ ରହିଛି । ସ୍ୱାସ୍ଥ୍ୟ ବିଭାଗର ଭାନୁମତି ପେଡି ଖୋଲିଲେ ଅଧିକରୁ ଅଧିକ ଅର୍ଥ ହଡପର ଚେହେରା ପର୍ଦାଫ।ସ ହୋଇ ଜଣାପଡିବ । ଲୋକଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳୁନଥିବା ବେଳେ ଏଇ ଅଂଚଳରେରେ ମଧ୍ୟ ଅଧିକାଂଶ ମେଟ୍ରିକ ଫେଲ ବଙ୍ଗାଳି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଅନେକ ସ୍ଥାନରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଗୁଡିକରେ କେବଳ ରଙ୍ଗ ଦିଆ ବିଲ୍ଡିଂଗ ଅଛି
କିନ୍ତୁ ଦୀର୍ଘ ବର୍ଷ ହେବ ତାଲା ପଡିଛି । ଚଞ୍ଚକତା କରି ଅଦରକାରୀ ଜାଗା ଗୁଡିକରେ ନିର୍ମାଣ ହୋଇଥିବା କେନ୍ଦ୍ର କେବଳ ଠିକାଦାର ଓ ଅଧିକାରୀଙ୍କ ହାତ ଚିକ୍କଣ ପାଇଁ କରାଯାଇଛି. କିନ୍ତୁ ସେବାତ ଦୂରର କଥା ଖାଲି କାଗଜ କଲମରେ ଚାଲିଛି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର । କିଏ ମାଗିବ ହିସାବ ? କିଏ କରିବ ତଦନ୍ତ ? କିଏ ଜଣେ ବୁଦ୍ଧିଜୀବୀ ଲୋକଙ୍କ ସେବାରେ ବାହାରି ବିକାଶର ଧାରା ତ୍ୱରାନ୍ୱିତ କରିବ ?  
ନା ଏଇ ବାଟମାରଣା ସେମିତି ଚାଲୁଥିବ ନା ଯୋଜନାର ନାଁ ହରିଲୁଟ ହୋଇ ରହିଯିବ ?

Recent Comments

Leave Comments

Top