logo
add image
ବାଂଲାଦେଶରେ ହିନ୍ଦୁଯୁବକଙ୍କୁ ଜୀଅନ୍ତାପୋଡ଼ି ହତ୍ୟାନେଇ ବଜରଙ୍ଗଦଳର ପ୍ରତିବାଦ ଶୋଭାଯାତ୍ରା

ବାଂଲାଦେଶରେ ହିନ୍ଦୁଯୁବକଙ୍କୁ ଜୀଅନ୍ତାପୋଡ଼ି ହତ୍ୟାନେଇ ବଜରଙ୍ଗଦଳର ପ୍ରତିବାଦ ଶୋଭାଯାତ୍ରା

ବାଲିଗୁଡା/୨୮/୧୨/୨୦୨୫/(ଆଧାର ମିଡ଼ିଆ-ସଞ୍ଜୟ କୁମାରପାଣିଗ୍ରାହୀ):ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁଯୁବକ ଦୀପୁଦାସଙ୍କୁ ନିର୍ମମଭାବେ ମାରି ଜୀଅନ୍ତା ଅବସ୍ଥାରେ ଗଛରେ ଝୁଲାଇ ପୋଡ଼ିହତ୍ୟା କରିଥିବା ଘଟଣାକୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ବଜରଙ୍ଗଦଳ ଜିଲା ସଭାପତି ପ୍ରମୋଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜି.ଉଦୟଗିରି ବଜରଙ୍ଗ ଦଳ ସଂଯୋଜକ ଆଶିଷ କାନ୍ଦି, ସହ ସଂଯୋଜକ ଜିତେନ୍ଦ୍ର ନାୟକ, ରବିନ୍ଦ୍ର ଦାସଙ୍କ ସମେତ ଦଳର କର୍ମକର୍ତ୍ତା ମାନେ ବାଂଲାଦେଶରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳରୁ ବାହାରି ଯିବାପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀଛକ ଠାରେ ଜିଲାସଭାପତି ମୃତ ହିନ୍ଦୁଯୁବକ ଦୀପୁଦାସଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବାସହ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋରପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା।

Recent Comments

Leave Comments

Top