ବିନିକା/ସୁବର୍ଣ୍ଣପୁର/୧୫/୦୫/୨୦୨୨/( ଆଧାର ନ୍ୟୁଜ ) ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭାଗ ଓ ବିନିକା ଥାନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ମେଗା ରକ୍ତଦାନ ଶିବିରକୁ ଜ଼ିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ଉଦଘାଟନ କରିଥିଲେ l ରାଜ୍ୟ ପୋଲିସ ବିଭାଗର ନିର୍ଦ୍ଦେଶ କ୍ରମେ ଆମ ପୋଲିସ ବ୍ୟବସ୍ଥା ମାଧ୍ୟମରେ ଆଜି ବିନିକା ଥାନା ପରିସରରେ ୧୬୨ରୁ ଉର୍ଦ୍ଧ୍ବ ରକ୍ତଦାତା ରକ୍ତଦାନ କରିଥିଲେ, ଯାହାକି ଜ଼ିଲ୍ଲାର ସବୁ ରେକର୍ଡକୁ ବ୍ରେକ କରିଛି ବିନିକା ଥାନା ଓ ଜ଼ିଲ୍ଲା ପୋଲିସ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୀବୀରକୁ ଉଦ୍ଘାଟନ କରି ଏଣିକି ଜ଼ିଲ୍ଲାରେ ରୋଗୀଙ୍କୁ ଆଉ ରକ୍ତର ଅଭାବ ହେବନି ବୋଲି ମତରଖି କିଛି ସାମ୍ବାଦିକ ସମାଜ ସେବୀ ଓ ସମସ୍ତ ରକ୍ତ ଦାତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ l ବିନିକା ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବଜରଙ୍ଗ ଦଳ, ଡ୍ରାଇଭର ମହାସଂଘ, ହେଲ୍ପ ଟୁ ଅ ଦର, ବିନିକା ସାମ୍ବାଦିକ ସଂଘ, ବାଉଶୁଣି ୟୁବକ ମହାସଂଘ, ପର୍ଶୁରାମ ସେନା, ମାନବ କଲ୍ୟାଣ ସମିତି, ରକ୍ତଦାତା ସଂଘ, ପ୍ରମୁଖ ବିଭିନ୍ନ ସାମାଜିକ ସଂଗଠନର ବଦାନ୍ୟ ବ୍ୟକ୍ତି ଏହି ମହତ କାର୍ଯ୍ୟରେ ସହାୟତାର ହାତ ବଢ଼ାଇ ଥିଲେ। ବିନିକା ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ପବିତ୍ର କୁମାର ସାହୁ, ଏସ ଆଇ କୃଷ୍ଣଚନ୍ଦ୍ର ମେହେର, ଆର ଆଇ ପ୍ରଦ୍ୟୁମ୍ନ କୁମାର ପଟେଲ ,ପ୍ରମିଳା ବରେଇ, ସୁଜାତା ବୁଡେକ୍,ମହେନ୍ଦ୍ର ବରିହା, ଗୃହରକ୍ଷୀ ସୁଧାଂଶୁ ପୁଝାରୀ,ଲଳିତ ମଲିକ୍ ,ରାଜୀବ ବାଗ, ଗତାଞ୍ଜଳି ଦୀପ ପ୍ରମୁଖ ସହାୟତା କରିଥିଲେ ।
ବ୍ଲଡ ବ୍ୟାଙ୍କ୍ ଅଧିକାରୀ- ଡାକ୍ତର ଅଭିଷେକ ଦେହୁରି, ଡାକ୍ତର ଜଗନ୍ନାଥ ବେହେରା, ମଣ୍ଟୁ ପ୍ରଧାନ, ଦେବାଶିଷ ମିଶ୍ର, ଜନକ ବେହେରା, ପୂର୍ଣ୍ଣ ଭୋଇ, ସୁବାସ ପଣ୍ଡା, ଜଗତ ଦରୱାନ, ଟଙ୍କଧର କୁନୋର, ପ୍ରମୁଖ ବୁର୍ଲା ଓ ସୋନପୂର୍ ରକ୍ତ ଭଣ୍ଡାର ର ଅଧିକାରୀ ଟେକନିସିଆନ ମାନେ ରକ୍ତ ସଂଗ୍ରହ କରିଥିଲେ । ଓଡ଼ିଶା ପୋଲିସ ସଂଘ ର ଜ଼ିଲ୍ଲା ଶାଖା ସଭାପତି କୁମୁଦ ରଂଜନ ମେହେର , ସମ୍ପାଦକ ସୁଧାଂଶୁ ଶେଖର ମେଣ୍ଡଲି , ଜିଲ୍ଲା ପୋଲିସ ର ରକ୍ତଦାତା ସଂଗଠକ ତଥା ସଂଯୋଜକ ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ପ୍ରକାଶ ଥାଉ କି ଯେ ବିଗତ ମାସ ରେ ସୋନପୁର ଠାରେ ଆୟୋଜିତ ରକ୍ତ ଦାନ ଶିବିର ରେ 52 ୟୁନିଟ ଓ ତରଭା ଥାନା ରେ ଆୟୋଜିତ ଶିବିର ରେ 121 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ନୂତନ ଏସପି ଶ୍ରୀ ପଣ୍ଡା ଙ୍କ ଆଗ୍ରହ ଓ ଉଦ୍ୟମ କ୍ରମେ ଆଜି ବିନିକା ଥାନା ରକ୍ତ ସଂଗ୍ରହ ରେ ଜ଼ିଲ୍ଲା ରେ ରେକର୍ଡ ସୃଷ୍ଟି କରିଥିବା ଖବର ଜ଼ିଲ୍ଲା ର ବୁଦ୍ଧିଜୀବୀ ବିନିକା ଅଂଚଳ ର ଯୁବକ, ପୋଲିସ, ସାମାଜିକ ସଂଗଠନ, ଓ ସଚେତନ ନାଗରିକ ଙ୍କୁ ଖୁବ ପ୍ରଶଂସା କରିଛନ୍ତି ଲ ( ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments