logo
add image
କଣିହାଁ ବ୍ଲକ ରେ କଳାକାର ଙ୍କ ଦ୍ଵାରା ଶିଶିର ମହୋତ୍ସବ ଓ କଳାକାର ଜୀବନ ବୀମା ପରିଚୟ ପତ୍ର ପ୍ରଦାନ

କଣିହାଁ ବ୍ଲକ ରେ କଳାକାର ଙ୍କ ଦ୍ଵାରା ଶିଶିର ମହୋତ୍ସବ ଓ କଳାକାର ଜୀବନ ବୀମା ପରିଚୟ ପତ୍ର ପ୍ରଦାନ


 କଣିହାଁ ୨୦/୧୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଟୁନା ସାହୁ)ଅନୁଗୋଳ ଜିଲ୍ଲା କଣିହାଁ  ବ୍ଲକ  ପଥର ମୁଣ୍ଡା ଗ୍ରାମ ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ କ୍ରିକେଟ ପଡ଼ିଆଠାରେ ରାଜ୍ୟ ସରକାରଙ୍କ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ,ତାଳଚେର ପକ୍ଷରୁ କଳାକାର ଙ୍କୁ ଜୀବନ ବୀମା ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ୩୬୨ ଜଣଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରିଥିଲେ। ଏହି ଯୋଜନା ଅନୁଯାୟୀ ଜଣେ କଳାକାର ଦୁର୍ଘଟଣା ଜନିତ ମୃତ୍ୟୁ ବରଣ କଲେ ୪ ଲକ୍ଷ ଟଙ୍କା,ଗୋଡ ଭାଙ୍ଗିଲେ ୧୮୦.୦୦୦ ,ହାତ ଭାଙ୍ଗିଲେ ୪୦ହଜାର ରୁ ଉର୍ଦ୍ଧ୍ବ,ଏବଂ ସ୍ଵାଭାବିକ ମୃତ୍ୟୁ ବରଣ କଲେ ଦୁଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଛି।ଦେୟମୁକ୍ତ ପଞ୍ଜିକରଣ ସହ ପ୍ରତି ତିନି ବର୍ଷ ରେ ଦେୟ ମୁକ୍ତ ନବୀକରଣ ବ୍ୟବସ୍ଥା ରହିଛି।ଏହି ଜୀବନ ବୀମା ପରିଚୟ ପତ୍ର ପ୍ରଦାନ ସହ ଜିଲ୍ଲା କଳାକାର ସାମୁଖ୍ୟ, ଅନୁଗୋଳ ତରଫରୁ ମଧ୍ୟ ଶିଶିର ମହୋତ୍ସବ ପାଳନ ହୋଇ ଯାଇଛି।ପାଲା,ଦଣ୍ଡ,ପାଇକ ଆଖଡ଼ା,ଖଞ୍ଜଣି ଭଜନ,ସଙ୍କୀର୍ତ୍ତନ ଆଦି ବିଭିନ୍ନ ଲୋକ କଳା ଦଳ ନିଜ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ।ଏଥିରେ ୩୭ଟି ଦଳ ଅଂଶ ଗ୍ରହଣ ସହ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ କଳାକାର ଅଂଶ ଗ୍ରହଣ କରିଥିଲେ।ଏହି ମହୋତ୍ସବ ରେ ଆତିଥ୍ୟ ରୂପେ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମାନ୍ୟବର ବିଧାୟକ ପାଲଲହଡ଼ା,ଜିଲ୍ଲା ଶ୍ରମ ଅଧିକାରୀ ଣୀ ପ୍ରିୟମ୍ବଦା ସ୍ୱାଇଁ,ଶ୍ରମ ଅଧିକାରୀ ସନ୍ଦୀପ ସାହୁ ,ଅତିରିକ୍ତ ଶ୍ରମ ଅଧିକାରୀ ଣି ଦୀପ୍ତିମୟି  ସାହୁ,ସାଂସଦ ଙ୍କ ପ୍ରତିନିଧି,ପଥର ମୁଣ୍ଡା ଗ୍ରାମ୍ୟ ପରିଚାଳନା କମିଟି ସଭାପତି,ସମ୍ପାଦକ ତଥା ଜିଲ୍ଲା କଳାକାର ସାମୁଖ୍ୟ,ଅନୁଗୋଳ ସଭାପତି ଡ଼ଃ ନବଘନ ସାମଲ,ଉପସଭାପତି ଶ୍ରୀମତୀ ଶାନ୍ତି ଲତା ଦାସ ମଞ୍ଚାସିନ ଥିଲେ।କଳାକାର ଙ୍କ ତରଫରୁ ନୟନ ଦେହୁରୀ,ଜଗା କିଶୋର ଦାସ କୃଷ୍ଣା ନନ୍ଦ ସାମଲ,ପ୍ରଶାନ୍ତ ମହାନ୍ତି,ବିଜୟ ସାହୁ,ଛବିଳ ସାହୁ,ମଲ୍ଲି ସାହୁ,ଅନିତା ପ୍ରଧାନ,କରୁଣା କର ସେଠୀ ସହଯୋଗ କରିଥିଲେ।ପଥର ମୁଣ୍ଡା ସରସ୍ଵତୀ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ ଅବିସ୍ମରଣୀୟ। ସମସ୍ତ କଳାକାର ଜୀବନ ବୀମା ପଞ୍ଜିକରଣ କରିବାକୁ ମାନ୍ୟବର ବିଧାୟକ ଓ ଶ୍ରମ ବିଭାଗ ପ୍ରାଞ୍ଜଳ ଭାବେ ନିଜ ସମ୍ଭାଷଣ ରେ ବୁଝାଇ ଥିବା ବେଳେ କଳାକାର ଙ୍କ ତରଫରୁ ଜିଲ୍ଲା କଳାକାର ସାମୁଖ୍ୟ ସଭାପତି ସହାୟତା ରାଶି ବୃଦ୍ଧି ସହ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆ ଯାଉଥିବା ଝିଅ ବାହାଘର,ଶିକ୍ଷା ସହାୟତା ଓ ଉପକରଣ ଖରିଦ୍ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଶୀତ ଅଧିବେଶନ ରେ କଳାକାର ଙ୍କ ଦାବୀ ପୂରଣ ପାଇଁ ପ୍ରସ୍ତାବ ଆଗତ କରିବାକୁ ଅନୁରୋଧ କରିଥିଲେ। ସମସ୍ତ ଲୋକ ଙ୍କ ପାଇଁ ଭୋଜନ ବ୍ୟବସ୍ଥା କଳାକାର ମାନେ କରିଥିଲେ।

Recent Comments

Leave Comments

Top