କାକଟପୁର/୧୧/୧୧/୨୦୨୫(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ)କାକଟପୁର ଥାନା ଅଧିନସ୍ଥ ଗମ୍ଭାରିପଦା ଅଞ୍ଚଳର ଝୁନି ମଲ୍ଲିକ (ଛଦ୍ମନାମ) ବୟସ ୨୨ ଙ୍କ ସହିତ ଗୋପ ଥାନା ଅଧିନସ୍ଥ ପୋଦନା ଗ୍ରାମର ବିଜ୍ଞାନ ଦଳାଇଙ୍କ ପୁଅ ବଣ୍ଟି ଓରଫ ଗୁଡ଼ୁ ଦଳାଇ(୨୦)ଙ୍କର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଆସୁଥିଲା lଏହାର ସୁଯୋଗ ନେଇ ଅଭିଯୁକ୍ତ ବଣ୍ଟି ଝୁନିଙ୍କ ଅନିଚ୍ଛା ସତ୍ୱେ ବିଭିନ୍ନ ସମୟରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଆସୁଥିବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ର ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମ ପୋଷ୍ଟ କରିଥିଲେ lଏ ସଂକ୍ରାନ୍ତ ରେ ସମ୍ପୃକ୍ତ ଯୁବତୀ ଗତ ୬ ତାରିଖ ରେ ଉକ୍ତ ଘଟଣା କୁ ନେଇ ତାଙ୍କର ଏବଂ ତାଙ୍କ ପରିବାରର ସମ୍ମାନ ହାନି ହେବା ନେଇ ଏକ ଲିଖିତ ଅଭିଯୋଗ କାକଟପୁର ଥାନାରେ ଦେବା ପରେ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଅଭିଯୁକ୍ତ ରହୁଥିବା କାକଟପୁର ଥାନା ଅଧିନସ୍ଥ ବଡକଣ ଗ୍ରାମରୁ ଗିରଫ କରିବା ପରେ କାକଟପୁର ଥାନା କେଶ ନମ୍ବର ୩୧୮/୨୫ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଡାକ୍ତରମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି
Recent Comments