ସୁବର୍ଣ୍ଣପୁର/୧୩/୦୫/୨୦୨୨/ (ନ୍ୟୁଜ-ଆଧାର ଓଡିଶା) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଂଚାୟତ କେନ୍ଦୁପାଲି ଗ୍ରାମର ରାଜୁ ମେହେରଙ୍କ ସ୍ତ୍ରୀ ମିନାକ୍ଷୀ ମେହେର (୨୮) ଗତ ୭ ବର୍ଷ ଆଗରୁ ତାଙ୍କର ଗୋଡ଼ ଦରଜ ହେବା ଆରମ୍ଭ ହେଲା ବାରମ୍ବାର ଉକ୍ତ ଗୋଡର ସେ ଚିକିତ୍ସା କରାଇଥିଲେ ହେଁ ଦିନକୁ ଦିନ ଦରଜ କମିବା ପରିବର୍ତ୍ତେ ବଢ଼ିଵାକୁ ଲାଗିଲା. ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ ମଧ୍ୟ କରାଇଥିଲେ. କିନ୍ତୁ କିଛି କାମ ଦେଲାନି । ଅପରେସନ ପରେ ମଧ୍ୟ ବେଶୀବେଶୀ ଦରଜ ବଢ଼ିବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇ ବିଭିନ୍ନ ଜାଗାରୁ ଧାର କରଜ କରାଇ ଅନ୍ୟୁନ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କଲେଣି ସିନା ହେଲେ ମିନାକ୍ଷୀ ଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନାହିଁ। ତାଙ୍କର ପରିବାର ଅତ୍ୟନ୍ତ ଗରିବଶ୍ରେଣୀର ହୋଇଥିବା ଯୋଗୁଁ ତଥା ସେମାନେ ବୁଣାକାର ପରିବାର ହେବା କାରଣରୁ ମିନାକ୍ଷୀ ମଧ୍ୟ ତାଙ୍କୁ ବୁଣାକାମରେ କିଛି ସହଯୋଗ କରିପାରୁନଥିବା ହେତୁ ବୁଣାକାମ ମଧ୍ୟ ସେମାନେ ଆଉ କରିପାରୁନାହାନ୍ତି।ଅପରପକ୍ଷରେ ତାଙ୍କପରିବାରର ରେସନ କାର୍ଡ଼ରେ ମିନାକ୍ଷୀଙ୍କର ନାମ ନଥିବା ହେତୁ ସିଧାସଳଖ ସେମାନେ ବିଜୁସ୍ୱ।ସ୍ଥ୍ୟ କାର୍ଡ଼ରେ ମଧ୍ୟ କିଛି ସୁବିଧା ପାଇପାରୁନାହାନ୍ତି ।ଏବେ ସବୁଠାରୁ ନିରାଶ ହୋଇ ଆସନ୍ତା ୨୪ ତାରିଖ ଦିନ ଭୁବନେଶ୍ଵର ଏମ୍ସରେ ଚିକିତ୍ସା ପାଇଁ ତାଙ୍କର ସମୟ ଧାର୍ଯ୍ୟ ହେଇଛି. ହେଲେ ପାଖରେ ପଇସା ପତ୍ର କିଛି ନ ଥିବାରୁ ସେ ନିଜକୁ ଅତି ଅସୁରକ୍ଷିତ ମଣି ଶେଷରେ ସୁବର୍ଣ୍ଣପୁରର ବୁଢ଼ାରଜା ସ୍ୱଚ୍ଛାସେବୀ ଅନୁଷ୍ଠାନକୁ ସହାୟତା ପାଇଁ ଜଣାଇଥିଲେ. ଆଜି ବୁଢ଼ାରଜା ଯୁବ ସମାଜ ସେବୀ ସଙ୍ଗଠନର ମଧ୍ୟ ଏକ ୩ ଜଣିଆ ଟିମ୍ ତାଙ୍କ ଗ୍ରାମକୁ ଯାଇ ତାଙ୍କସହ ଆଲୋଚନା କରି ପ୍ରଥମତଃ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଆମ୍ବୁଲାନ୍ସ ଦ୍ୱାରା ମିନାକ୍ଷୀଙ୍କୁ ଭୁବନେଶ୍ୱର ଏମ୍ସକୁ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ. ତଥା ତାଙ୍କର ଉଚ୍ଚ ଚିକିତ୍ସାରେ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଉକ୍ତ ପରିବାରକୁ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।ବିଶେଷ କରି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାଉପରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।
(ରିପୋର୍ଟ-ଯୁଧିଷ୍ଠିର ସାହୁ-ସୁବର୍ଣପୁର-ମୋବାଇଲ ନମ୍ବର-୯୬୬୮୦୧୩୮୯୩ରେ ଯୋଗାଯୋଗ କରନ୍ତୁ)
Recent Comments